ବ୍ରହ୍ମପୁର, ୦୭ ଅକ୍ଟୋବର ୨୦୨୬: ଦେଶର ପ୍ରମୁଖ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡର ସହାୟକ କମ୍ପାନୀ ‘ଆଦିତ୍ୟ ବିର୍ଲା ହାଉସିଂ ଫାଇନାନ୍ସ ଲିମିଟେଡ୍’ (ଏବିଏଚଏଫଏଲ) ଓଡ଼ିଶାରେ ନିଜର ନେଟୱାର୍କ ବିସ୍ତାର କରି ବ୍ରହ୍ମପୁରଠାରେ ଏକ ନୂଆ ଶାଖା ଖୋଲିଛି। ଏହି ନୂତନ ଶାଖା ସହିତ ରାଜ୍ୟରେ କମ୍ପାନୀର ମୋଟ ଶାଖା ସଂଖ୍ୟା ୪କୁ ବୃଦ୍ଧି ପାଇଛି, ଯାହା ଆଞ୍ଚଳିକ ଗ୍ରାହକମାନଙ୍କୁ ଆହୁରି ନିକଟତର ହୋଇ ସେବା ଯୋଗାଇବାରେ ସହାୟକ ହେବ।
ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ଓ ଶିକ୍ଷାଗତ ପ୍ରାଣକେନ୍ଦ୍ର ଭାବେ ବ୍ରହ୍ମପୁରର ଦ୍ରୁତ ବିକାଶ ଓ ସହରୀକରଣ ଯୋଗୁଁ ଏଠାରେ ସୁଲଭ ଗୃହ ଋଣର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସ୍ଥାନୀୟ ବେତନଭୋଗୀ, ବ୍ୟବସାୟୀ, ସ୍ୱ-ନିଯୁକ୍ତ ପେସାଦାର ଓ ଉଦ୍ୟୋଗୀମାନଙ୍କ ନିଜସ୍ୱ ଘରର ସ୍ୱପ୍ନକୁ ସାକାର କରିବା ପାଇଁ ଏବିଏଚଏଫଏଲ ଆବଶ୍ୟକତା ଭିତ୍ତିକ ହାଉସିଂ ଫାଇନାନ୍ସ ସମାଧାନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।
ଏବିଏଚଏଫଏଲ ପକ୍ଷରୁ ଗ୍ରାହକମାନଙ୍କୁ ଆଫର୍ଡେବଲ୍ ହାଉସିଂ, ପ୍ରାଇମ୍ ହାଉସିଂ, ନିର୍ମାଣ ଋଣ ଏବଂ ସମ୍ପତ୍ତି ବନ୍ଧକ ଋଣ ଭଳି ବିବିଧ ଆର୍ଥିକ ଉତ୍ପାଦ ଯୋଗାଇ ଦିଆଯାଉଛି। କମ୍ପାନୀର ଆଧୁନିକ ଡିଜିଟାଲ୍ ବ୍ୟବସ୍ଥା ଯୋଗୁଁ ଗ୍ରାହକମାନେ ସ୍ୱଚ୍ଛ, ଦ୍ରୁତ ଓ ସହଜ ପ୍ରକ୍ରିୟାରେ ଋଣ ସୁବିଧା ପାଇପାରୁଛନ୍ତି।
ଏହି ନୂତନ ଶାଖା ଉଦଘାଟନ ଅବସରରେ କମ୍ପାନୀ ପକ୍ଷରୁ ୦୭ ଅକ୍ଟୋବର ରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏକ ସ୍ୱେଶାଲ୍ ଅଫର୍ ଜାରି କରାଯାଇଛି, ଯେଉଁଥିରେ ‘ଜିରୋ ଲଗ୍-ଇନ୍ ଫିସ୍’ ଏବଂ ₹୫୦ ଲକ୍ଷ ପର୍ଯ୍ୟନ୍ତ ସ୍ପଟ୍ ଋଣ ମଞ୍ଜୁରୀର ସୁବିଧା ରହିଛି।
ଏହି ସମ୍ପ୍ରସାରଣ ସମ୍ପର୍କରେ ଆଦିତ୍ୟ ବିର୍ଲା ହାଉସିଂ ଫାଇନାନ୍ସ ଲିମିଟେଡର ଏମଡି ତଥା ସିଇଓ ଶ୍ରୀ ପଙ୍କଜ ଗାଡଗିଲ କହିଛନ୍ତି ଯେ, ଓଡ଼ିଶା କମ୍ପାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ବଜାର। ଉତ୍କୃଷ୍ଟ ଡିଜିଟାଲ୍ ସେବା ଓ ବର୍ଦ୍ଧିତ ନେଟୱାର୍କ ମାଧ୍ୟମରେ ଗ୍ରାହକମାନଙ୍କୁ ଏକ ସହଜ ଓ ସମସ୍ୟାମୁକ୍ତ ‘ହ୍ୟାପି ହୋମ୍ ଲୋନ୍ ଜର୍ଣ୍ଣି’ ପ୍ରଦାନ କରିବା ଏବଂ ଦାୟିତ୍ୱବାନ୍ ଋଣ ମାଧ୍ୟମରେ ଆର୍ଥିକ ସାମିଲକରଣକୁ ପ୍ରୋତ୍ସାହିତ କରିବା କମ୍ପାନୀର ମୁଖ୍ୟ ଆଭିମୁଖ୍ୟ।



