Homeଶିକ୍ଷାକିଟ୍-କିସ୍‌ରେ 'କିଓ' ଜୀବନବ୍ୟାପୀ ସାଧନା ସମ୍ମାନ ସମାରୋହ: ୭ ପ୍ରମୁଖ ବ୍ୟକ୍ତିତ୍ୱ ସମ୍ମାନିତ, ଯୋଗଦେଲେ ନାଗାଲାଣ୍ଡ...

କିଟ୍-କିସ୍‌ରେ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ ସମାରୋହ: ୭ ପ୍ରମୁଖ ବ୍ୟକ୍ତିତ୍ୱ ସମ୍ମାନିତ, ଯୋଗଦେଲେ ନାଗାଲାଣ୍ଡ ରାଜ୍ୟପାଳ

ଭୁବନେଶ୍ୱର, ୩ ।୧୦: ଶିକ୍ଷାନୁଷ୍ଠାନ କିଟ୍ ଓ କିସ୍ ପରିସରରେ ଆଜି ଦେଶବିଦେଶର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବଙ୍କ ସମେତ ଅନେକ ଆନ୍ତର୍ଜାତୀୟ ପ୍ରତିନିଧି ଅନୁଷ୍ଠାନ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ଅବସରରେ କିସ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମାଜର ବିଭିନ୍ନ କ୍ଷେତ୍ରରେ ଅତୁଲନୀୟ ସେବା ପାଇଁ ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଟ୍‍-କିସ୍‍ ଇଜ୍‍ ୱାନ୍‍’ (କିଓ) ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି।

ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ ଶିକ୍ଷାର ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ଶିକ୍ଷା କେବଳ ପାଠ ପଢ଼ିବା କିମ୍ବା ଜ୍ଞାନ ସଂଗ୍ରହ କରିବାର ମାଧ୍ୟମ ନୁହେଁ, ଏହା ମନୁଷ୍ୟକୁ ଭିତରୁ ବଦଳାଇବାର ଶ୍ରେଷ୍ଠ ପନ୍ଥା। ଅଧ୍ୟୟନ ଶେଷ କରିବା ପରେ ନିଜ ସମାଜ ଓ ମାଟିକୁ ନଭୁଲିବା ପାଇଁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ। ଆମେରିକା ହାଉସର କଂଗ୍ରେସମ୍ୟାନ ମାଇକେଲ ବମଗାର୍ଟନର କିଟ୍ ଓ କିସ୍‌କୁ ବିଶ୍ୱର ସବୁଠାରୁ ବଡ଼ ଶୈକ୍ଷିକ ପ୍ରକଳ୍ପ ଭାବେ ବର୍ଣ୍ଣନା କରିବା ସହ ଶିକ୍ଷା ସେତୁ ମାଧ୍ୟମରେ ଆମେରିକା-ଭାରତ ସମ୍ପର୍କ ସୁଦୃଢ଼ ହେବ ବୋଲି ପ୍ରକାଶ କରିଥିଲେ। ଛତିଶଗଡ଼ର ମା’ ବାମଲେଶ୍ୱରୀ ଜନହିତକାରୀ ସମିତିର ପ୍ରତିଷ୍ଠାତା ପଦ୍ମଶ୍ରୀ ଫୁଲବାସନ ବାଇ ଯାଦବ ଦାରିଦ୍ର୍ୟକୁ ପଛରେ ପକାଇ ଦୃଢ଼ ମନୋବଳ ସହ ଆଗକୁ ବଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏବିପି ନ୍ୟୁଜ୍‌ର ବରିଷ୍ଠ ସାମ୍ବାଦିକା ଚିତ୍ରା ତ୍ରିପାଠୀ କହିଥିଲେ ଯେ ବିକଶିତ ଭାରତର ବାସ୍ତବ ପ୍ରତିଫଳନ କିସ୍ ପରିସରରେ ଦେଖିବାକୁ ମିଳୁଛି ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଦର୍ଶ। ମୋତିଲାଲ ଓସୱାଲ ଗ୍ରୁପର ସିଇଓ ମୋତିଲାଲ ଓସୱାଲ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନ ଆହରଣ, ରୋଜଗାର ଏବଂ ସମାଜକୁ ପ୍ରତିଦାନ ଏହି ତିନି ଗୁରୁମନ୍ତ୍ରକୁ ସଦାସର୍ବଦା ମନେରଖିବାକୁ ଉପଦେଶ ଦେଇଥିଲେ।

ଏହି ସମାରୋହରେ କିଟ୍-କିସ୍ ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରିଥିବା ୭ ଜଣ ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି— ଛତିଶଗଡ଼ର ପଦ୍ମଶ୍ରୀ ଫୁଲବାସନ ବାଇ ଯାଦବ, ଆମେରିକା ମୋଣ୍ଟାନା ଷ୍ଟେଟ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡ. ବ୍ରକ୍ ଟେସ୍‌ମାନ, ରୋମାନିଆ କ୍ରାଏଭା ସହରର ମେୟର ଲିଆ ଓଲଗୁତା ଭାସିଲେସ୍କୁ, ମିଲିସାଉତି ସହରର ମେୟର ଭାସିଲେ କରାରେ, ବିରଲାଦ୍ ସହରର ମେୟର ଦୁମିତ୍ରୁ ବୋରାସ୍‌, ଏପିଇସି ୟୁନିଭର୍ସିଟିର ରେକ୍ଟର ଏରିକ୍ ଫେଡେରିକୋ ପେରେଜ୍ ଭେଗା ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଆଭେଲାନେଡାର ରେକ୍ଟର ଜର୍ଜ କାଲଜୋନି। କାର୍ଯ୍ୟକ୍ରମର ପ୍ରାରମ୍ଭରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ସ୍ୱାଗତ ଅଭିଭାଷଣ ରଖିବା ସହ ଅତିଥିମାନଙ୍କ ପରିଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments