Homeବାଣିଜ୍ୟଓଏସପିସିବି ପୁରସ୍କାର: ଝାରସୁଗୁଡ଼ାର ‘ବେଦାନ୍ତ ମେଡୋଜ୍‌’ ଶ୍ରେଷ୍ଠ ସ୍ଥାୟୀ ଶିଳ୍ପ ଟାଉନସିପ୍‌ ଭାବେ ସମ୍ମାନିତ

ଓଏସପିସିବି ପୁରସ୍କାର: ଝାରସୁଗୁଡ଼ାର ‘ବେଦାନ୍ତ ମେଡୋଜ୍‌’ ଶ୍ରେଷ୍ଠ ସ୍ଥାୟୀ ଶିଳ୍ପ ଟାଉନସିପ୍‌ ଭାବେ ସମ୍ମାନିତ

ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର ୨୦୨୬: ପରିବେଶ ସୁରକ୍ଷା ଓ ସ୍ଥାୟୀ ସବୁଜ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବେଦାନ୍ତ ଆଲୁମିନିୟମକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ ‘ଏମ୍‌.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି। ଶିଳ୍ପ ଟାଉନସିପ୍‌ ବର୍ଗରେ ଝାରସୁଗୁଡ଼ାସ୍ଥିତ କମ୍ପାନୀର ଆଧୁନିକ ଆବାସିକ ପରିସର ‘ବେଦାନ୍ତ ମେଡୋଜ୍‌’ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛି। କାରଖାନା ପରିଚାଳନାରୁ ଆରମ୍ଭ କରି କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ନିର୍ମିତ ଆବାସିକ କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଦାୟିତ୍ୱପୂର୍ଣ୍ଣ ପରିବେଶ ଅଭ୍ୟାସକୁ କ୍ରମାଗତ ଭାବେ ଆପଣାଇଥିବାରୁ କମ୍ପାନୀକୁ ଏହି ଗୌରବ ମିଳିଛି।

‘ବେଦାନ୍ତ ମେଡୋଜ୍‌’ ଆବାସିକ ପରିସରକୁ ପରିବେଶ ଦାୟିତ୍ୱକୁ ପ୍ରାଥମିକତା ଦେଇ ବିଶେଷଜ୍ଞ ସ୍ଥପତିମାନଙ୍କ ଦ୍ୱାରା ଡିଜାଇନ୍‌‌ କରାଯାଇଛି। ଏଠାରେ ସ୍ଥାୟୀ ନିର୍ମାଣ ଶୈଳୀ, ବ୍ୟାପକ ସବୁଜିମା ଏବଂ ପ୍ରଭାବଶାଳୀ ପରିବେଶ ପରିଚାଳନା ପ୍ରଣାଳୀ ରହିଛି, ଯାହା ଏକ ସୁସ୍ଥ ଓ ନିରାପଦ ନିବାସ ସୃଷ୍ଟି କରୁଛି। ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ ପ୍ରାକୃତିକ ସମ୍ପଦର ସଠିକ୍‌ ବିନିଯୋଗ, ଜୈବ ବିବିଧତା ରକ୍ଷା, ପ୍ରକ୍ରିୟାଗତ ନିୟନ୍ତ୍ରଣ ଏବଂ ସମାଜ ମଧ୍ୟରେ ସଚେତନତା ବୃଦ୍ଧି କରି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ସାକାର କରିବାରେ ଆଗଧାଡ଼ିରେ ରହିଛି।

କମ୍ପାନୀର ଏହି ପରିବେଶ ନୀତି ସମ୍ପର୍କରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ରୁ କହିଛନ୍ତି ଯେ, ଝାରସୁଗୁଡ଼ାରେ ସେମାନଙ୍କ ବିକାଶ ପ୍ରକ୍ରିୟାର ମୂଳଦୁଆ ହେଉଛି ସ୍ଥାୟୀ ସବୁଜ ପ୍ରଗତି। ଶିଳ୍ପ କାର୍ଯ୍ୟକ୍ଷମତା ସହ ପ୍ରାକୃତିକ ସମ୍ପଦର ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, ଅଧିକ ଗଛପତ୍ର ଲଗାଇବା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ଜାଗ୍ରତ କରିବା ସେମାନଙ୍କର ପ୍ରାଥମିକ ଲକ୍ଷ୍ୟ। ଶିଳ୍ପ ଓ ପରିବେଶ ଯେପରି ଏକାସାଙ୍ଗରେ ଆଗେଇ ପାରିବେ, ତାହା କମ୍ପାନୀ ନିଶ୍ଚିତ କରୁଛି। ‘ବେଦାନ୍ତ ମେଡୋଜ୍‌’କୁ ମିଳିଥିବା ଏହି ସମ୍ମାନ କମ୍ପାନୀକୁ ଦୀର୍ଘସ୍ଥାୟୀ ପରିବେଶ ଅନୁକୂଳ ଶିଳ୍ପ ଗଠନ ଦିଗରେ ଆହୁରି ଆଗେଇ ନେବାକୁ ପ୍ରେରଣା ଦେବ।

ଏହି ପ୍ରତିବଦ୍ଧତାକୁ ଆଗକୁ ନେଇ ବେଦାନ୍ତ ଆଲୁମିନିୟମ ନିକଟରେ ଓଏସପିସିବି ଆଞ୍ଚଳିକ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏଚ୍‌. କଟାପାଲିସ୍ଥିତ ପିକେଏସଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପରିବେଶ ସଚେତନତା ଅଭିଯାନ-୨୦୨୬’ ଆୟୋଜନ କରିଥିଲା। ଏଥିରେ ବୃକ୍ଷରୋପଣ, ସ୍ୱଚ୍ଛତା କାର୍ଯ୍ୟକ୍ରମ, ସଚେତନତା ଶିବିର, ରାସ୍ତା ନାଟକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ମାଧ୍ୟମରେ ସ୍ଥାୟୀ ପରିବେଶ ଅଭ୍ୟାସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା।

ଅନ୍ୟପଟେ, ଜୈବ ବିବିଧତା ବୃଦ୍ଧି ପାଇଁ କମ୍ପାନୀ ନିଜ କାର୍ଯ୍ୟକ୍ଷେତ୍ରରେ ‘ମାତୃବନ’ ନାମକ ବିଶେଷ ବୃକ୍ଷରୋପଣ ପ୍ରକଳ୍ପ ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛି। ଏହିସବୁ ନିରନ୍ତର ସବୁଜ ପଦକ୍ଷେପ ଯୋଗୁଁ ବେଦାନ୍ତ ଆଲୁମିନିୟମ ଏସ୍‌ଆଣ୍ଡପି ଗ୍ଲୋବାଲ୍‌ କର୍ପୋରେଟ୍‌ ସସ୍ଟେନେବିଲିଟି ଆସେସମେଣ୍ଟରେ ବିଶ୍ୱର ଶୀର୍ଷ ଆଲୁମିନିୟମ ଉତ୍ପାଦକଙ୍କ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିପାରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments