Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟାକିମ୍ସରେ ଆୟୋଜିତ ହେଲା ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ ‘କେଏନସି ୩.୦’

କିମ୍ସରେ ଆୟୋଜିତ ହେଲା ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ ‘କେଏନସି ୩.୦’

ଭୁବନେଶ୍ୱର, ୯ ଅଗଷ୍ଟ ୨୦୨୬: ଭୁବନେଶ୍ୱରସ୍ଥିତ କିମ୍ସ ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ଜାତୀୟ ନେଫ୍ରୋଲୋଜି ସମ୍ମିଳନୀ ‘କେଏନସି ୩.୦’ ସଫଳତାର ସହ ଆୟୋଜିତ ହୋଇଯାଇଛି। ‘ଆଡଭାନସେସ ଇନ ନେଫ୍ରୋଲୋଜି ଆଣ୍ଡ କିଡ୍‌ନୀ କେୟାର’ ମୂଳ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କିଡ୍‌ନୀ ରୋଗର ଚିକିତ୍ସା, ସାମ୍ପ୍ରତିକ ଗବେଷଣା ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସୁନାମଧନ୍ୟ ବିଶେଷଜ୍ଞ, ଗବେଷକ, ଅଧ୍ୟାପକ ଓ ମେଡିକାଲ ଛାତ୍ରଛାତ୍ରୀ ମାନେ ବିସ୍ତୃତ ଚର୍ଚ୍ଚା କରିଛନ୍ତି।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଡା. ନିକୁଞ୍ଜ କିଶୋର ରାଉତ କହିଥିଲେ ଯେ, ଆଜିର ସମୟରେ ନେଫ୍ରୋଲୋଜି କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଦେଖିବାକୁ ମିଳୁଛି। କେବଳ ପାରମ୍ପରିକ ଡାଏଲିସିସ୍ କିମ୍ବା କିଡ୍‌ନୀ ପ୍ରତିରୋପଣ ମଧ୍ୟରେ ଚିକିତ୍ସା ସୀମିତ ନରହି ଏବେ ପ୍ରିସିଜନ୍ ମେଡିସିନ୍ ଓ ଆଧୁନିକ ପ୍ରଯୁକ୍ତି ଆଡ଼କୁ ଗତି କରୁଛି। ଚିକିତ୍ସା କ୍ଷେତ୍ରରେ ଜିନୋମିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ଆଡଭାନ୍ସଡ୍ ଇମ୍ୟୁନୋଥେରାପି, ନେକ୍ସଟ୍-ଜେନେରେସନ୍ ଡାଏଲିସିସ୍ ଏବଂ ଏସଜିଏଲଟି୨ (SGLT2) ଇନହିବିଟର୍ସ, ନନ୍-ଷ୍ଟେରଏଡାଲ୍ ଏମଆରଏ (MRA) ଓ ଏଚଆଇଏଫ (HIF) ଇନହିବିଟର୍ସ ଭଳି ନୂତନ ଔଷଧର ବ୍ୟବହାର ରୋଗୀଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛି।

ଏହି ଆକାଡେମିକ୍ ସମ୍ମିଳନୀରେ ନେଫ୍ରୋପାଥି, ଲୁପସ୍ ନେଫ୍ରାଇଟିସ୍, ଗ୍ଲୋମେରୁଲାର ରୋଗ, ନେଫ୍ରୋଜେନେଟିକ୍ସ, କ୍ରୋନିକ୍ କିଡ୍‌ନୀ ଡିଜିଜ୍ (CKD) ପରିଚାଳନା, ଟ୍ରାନ୍ସପ୍ଲାଣ୍ଟ ଇମ୍ୟୁନୋଲୋଜି ଓ ଅତ୍ୟାଧୁନିକ କ୍ଲିନିକାଲ୍ ପଦ୍ଧତି ଉପରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିସହିତ ପ୍ରାକ୍ଟିକାଲ୍ ହ୍ୟାଣ୍ଡସ୍-ଅନ୍ କର୍ମଶାଳା, କେସ୍-ବେସ୍‌ଡ ଆଲୋଚନା ଓ ଇଣ୍ଟରଆକ୍ଟିଭ୍ ସେସନ୍ ମାଧ୍ୟମରେ ଅଭିଜ୍ଞତା ବିନିମୟ କରାଯାଇଥିଲା। ଉଦ୍‌ଘାଟନୀ ପର୍ବରେ କିମ୍ସ ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡା. ଆର୍. ଏନ୍. ସାମନ୍ତ, ଉପକୁଳପତି ଡା. ସି.ବି.କେ. ମହାନ୍ତି, ଡିନ୍ ଓ କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଆର୍.ସି. ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ପ୍ରଫେସର ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ ଏବଂ ଡା. ସାଇନ୍ଥିଆ ସଞ୍ଜୀବନୀ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀର ପରିଚାଳନା ଓ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments