Homeଶିକ୍ଷାସୋଆର ସମସ୍ତ କ୍ୟାମ୍ପସ ହେବ ସବୁଜ: ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର...

ସୋଆର ସମସ୍ତ କ୍ୟାମ୍ପସ ହେବ ସବୁଜ: ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସାମିଲ

ଭୁବନେଶ୍ୱର, ଅଗଷ୍ଟ ୭: ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ପାଇଁ ବୃକ୍ଷରୋପଣକୁ ଏକ ବୃହତ୍ତମ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। ସୋଆର ସମସ୍ତ କ୍ୟାମ୍ପସକୁ ସବୁଜମୟ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଶୁକ୍ରବାର ସୋଆ କ୍ୟାମ୍ପସ-୪ ପରିସରରେ ଆୟୋଜିତ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ କୁଳପତି ପ୍ରଫେସର ନନ୍ଦ ଏହା କହିଛନ୍ତି।

ସୋଆ ପରିଚାଳିତ ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍’ (ଆଇଏଏସ୍), ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡ୍ରି’ (ଆଇଭିଏସ୍‌ଏଚ୍) ଏବଂ ‘ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍‌ଏନ୍‌ଆଇଏଲ୍)ର ମିଳିତ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଏହି ସମାରୋହରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସୂଚନା ଦେଇ କହିଛନ୍ତି ଯେ ପରିବେଶ ସୁରକ୍ଷା ଅଭିଯାନ ଅଧୀନରେ ବଉଳ, ସୁନାରୀ, କାଞ୍ଚନ, ଅର୍ଜୁନ, ପିସ୍ତାବାଦାମ, ଜାମୁ, ବାହାଡ଼ା, କୃଷ୍ଣଚୂଡ଼ା ଓ ବଡ଼ ଚାକୁଣ୍ଡା ଆଦି ୧୨ଟି ଭିନ୍ନ କିସମର ୫୦୦ଟି ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଗଛ ଲଗାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments