Homeଶିକ୍ଷାସୋଆ ପରିସରରେ ସବୁଜିମା ଅଭିଯାନ: ଏନ୍‌ଏସ୍‌ଏସ୍‌ ଦ୍ୱାରା ବୃକ୍ଷରୋପଣ

ସୋଆ ପରିସରରେ ସବୁଜିମା ଅଭିଯାନ: ଏନ୍‌ଏସ୍‌ଏସ୍‌ ଦ୍ୱାରା ବୃକ୍ଷରୋପଣ

ଭୁବନେଶ୍ୱର, ଜୁଲାଇ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ (ଆଇଭିଏସ୍‌ଏଚ୍‌) ପରିସରରେ ଶନିବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ବୃକ୍ଷକୁ ମାନବ ସମାଜର ଆୟୁଷ ଓ ଜୀବିକାର ନିରବ ସାଥୀ ଭାବେ ଅଭିହିତ କରି ବକ୍ତାମାନେ କହିଥିଲେ ଯେ, କୌଣସି ସ୍ୱାର୍ଥ ରଖି ନପାରି ଗଛ ଆମକୁ ନିରନ୍ତର ଭାବେ ଅମ୍ଳଜାନ, ଖାଦ୍ୟ, ଔଷଧ, ଫଳ, ଫୁଲ ଓ ଜାଳେଣି ପ୍ରଦାନ କରି ପ୍ରାଣୀଜଗତକୁ ଜୀବନ ଦାନ କରିଥାଏ । ପ୍ରକୃତିର ଏହି ମହାନ୍ ଦାନକୁ ସମ୍ମାନ ଜଣାଇ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ।

ଏନ୍. ଏସ୍. ଏସ୍‌ର ଆବାହକ ଡଃ କମଳ ଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ସଂଗଠିତ ଏହି କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଚ୍‌ର ଡୀନ ପ୍ରଫେସର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜେ ଚାରାରୋପଣ କରିବା ସହ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଉତ୍ତାପ ବୃଦ୍ଧି ରୋକିବା, ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା, ଭୂତଳ ଜଳସ୍ତର ବୃଦ୍ଧି ଏବଂ କୃଷି କ୍ଷେତ୍ରର ପ୍ରଗତି ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଏହାସହ ପରିବେଶର ସନ୍ତୁଳନ ବଜାୟ ରଖିବାକୁ ଆଗେଇ ଆସିବା ପାଇଁ ସେ ଯୁବ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ମହତ୍ ପ୍ରଚେଷ୍ଟାରେ ଆଇଭିଏସ୍‌ଏଚ୍‌ର ନିର୍ଦ୍ଦେଶକ ତଥା ଆବାହକ ଓ ମନିଟରିଂ ପ୍ରଫେସର କୌତୁକ କୁମାର ସର୍ଦ୍ଦାର, କୃଷି ବିଜ୍ଞାନ ମହାବିଦ୍ୟାଳୟ (ଆଇଏଏସ)ର ଡୀନ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍. ଏସ୍. ଏସ୍. ପ୍ରୋଗ୍ରାମ ଅଫିସର ତଥା ସହକାରୀ ଅଧ୍ୟାପକ ଦେବେନ୍ଦ୍ର ନାଥ ବିଶ୍ୱାଳ, ଏନ୍. ଏସ୍. ଏସ୍. ଅଫିସର ସରୋଜ କୁମାର ମହାନ୍ତି ଏବଂ ଏନ୍. ସି. ସି. ଅଫିସର ସନ୍ତୋଷ କୁମାର ସାହୁଙ୍କ ସମେତ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସେମାନେ ବଉଳ, ଅଁଳା, ବେଲ, ଓଉ, ନିମ୍ବ, ସୁନାରୀ ଓ ଜାମୁ ଭଳି ଅନେକ ଉପକାରୀ ଗଛର ଚାରାରୋପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments