Homeଶିକ୍ଷାସୋଆରେ ସମ୍ ନର୍ସିଂ କଲେଜ ପକ୍ଷରୁ ଯୁବ ସମାଜକୁ ଦୃଢ଼ୀଭୂତ କରିବା ପାଇଁ ଆୟୋଜିତ କର୍ମଶାଳା...

ସୋଆରେ ସମ୍ ନର୍ସିଂ କଲେଜ ପକ୍ଷରୁ ଯୁବ ସମାଜକୁ ଦୃଢ଼ୀଭୂତ କରିବା ପାଇଁ ଆୟୋଜିତ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର, ଜୁଲାଇ ୨୪: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମ୍ ନର୍ସିଂ କଲେଜ ଦ୍ୱାରା ଯୁବ ସମାଜର ସାମଗ୍ରିକ ସ୍ୱାସ୍ଥ୍ୟ, ମାନସିକ ଚାପ ପରିଚାଳନା ଓ ଜୀବନଶୈଳୀକୁ ଆଧାର କରି ଆୟୋଜିତ ନଅ ଦିନିଆ କର୍ମଶାଳା ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। “ଯୁବ ମାନସିକତା, ଦୃଢ଼ମନା ଯୁବପିଢ଼ି, ଉଜ୍ଜ୍ୱଳ ଭବିଷ୍ୟତ” ପ୍ରସଙ୍ଗକୁ ନେଇ “ଯୁବ ସମାଜକୁ ଦୃଢ଼ୀଭୂତ କରିବା: ସାମଗ୍ରିକ ସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା” ଶୀର୍ଷକରେ ଏହି ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ନଅ ଦିନ ମଧ୍ୟରେ ଅନୁଭୂତି ଭିତ୍ତିକ ଶିକ୍ଷା, କିଶୋରାବସ୍ଥାର ମାନସିକ ସ୍ୱାସ୍ଥ୍ୟ, ସିମ୍ୟୁଲେସନ୍, ସକାରାତ୍ମକ ଚିନ୍ତାଧାରା, ଡିଜିଟାଲ ସ୍ୱାସ୍ଥ୍ୟ, ଜୀବନ କୌଶଳ ଓ ମାନସିକ ଦୃଢ଼ତା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। ଅଂଶଗ୍ରହଣକାରୀମାନେ ଇମୋସନାଲ ହ୍ୱିଲ୍, ଷ୍ଟ୍ରେସ୍ ବେଲୁନ୍, ରେଜିଲିଏନ୍ସ ଟ୍ରୀ ଏବଂ ଭିଜନ୍ ବୋର୍ଡ ଭଳି ରୋଚକ କାର୍ଯ୍ୟକଳାପ ମାଧ୍ୟମରେ ମାନସିକ ଚାପ ନିୟନ୍ତ୍ରଣ, ବ୍ୟକ୍ତିଗତ ସାମର୍ଥ୍ୟର ବିକାଶ ଓ ଭବିଷ୍ୟତର କ୍ୟାରିୟର ତଥା ପରିବାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଶିଖିଥିଲେ।

କର୍ମଶାଳାର ଉଦ୍‌ଘାଟନୀ ସଂସ୍କରଣରେ ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଅତିରିକ୍ତ ଡିନ୍ ପ୍ରଫେସର ତପତୀ ସାହୁ ଓ ସହଯୋଗୀ ପ୍ରଫେସର ଦେବଜାନୀ ନାୟକ ଉପସ୍ଥିତ ଥିଲେ। ବିଭିନ୍ନ ବୈଜ୍ଞାନିକ ଅଧିବେଶନକୁ ସହଯୋଗୀ ପ୍ରଫେସର ସୁଚିସ୍ମିତା ପାହାନ୍ତା ସିଂହ, ଡା. ଅମିୟ କୃଷ୍ଣ ପଣ୍ଡା, ଡା. ରୀୟା ଶେଟ୍ଟୀ, ଡା. କୀର୍ତ୍ତି ଅନୁରାଗ, ଡା. ଶୁଭେନ୍ଦୁ ନାରାୟଣ ମିଶ୍ର, ଡା. ହିରଣ୍ୟମୟୀ ମହାପାତ୍ର, ଶ୍ରୀମତୀ ରୀତା ରାଣୀ ନାୟକ ଏବଂ ଶ୍ରୀମତୀ ଷେଫାଳୀ ମହାରଣା ସଞ୍ଚାଳନ କରିଥିଲେ। ପ୍ରଫେସର ତପତୀ ସାହୁଙ୍କ ମାର୍ଗଦର୍ଶନରେ ପ୍ରଥମ ବର୍ଷ ଏମ୍.ଏସ୍.ସି. ନର୍ସିଂ ଛାତ୍ର ଅମିତ ସାହୁ ଓ ଛାତ୍ରୀ ପାୟଲ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମାପନୀ ସମାରୋହରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଓ ଡା. ରଶ୍ମିମାଳା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀ ଓ ଆୟୋଜକଙ୍କୁ ସମ୍ମାନିତ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments