Homeଶିକ୍ଷାନିଟ୍ ୟୁଜି ୨୦୨୬: ସାରା ଦେଶରେ ଚମକିଲେ ଫିଜିକ୍ସୱାଲା ଛାତ୍ରଛାତ୍ରୀ, ଓଡ଼ିଶାର କୃତୀ ପ୍ରାର୍ଥୀଙ୍କୁ ନେଇ...

ନିଟ୍ ୟୁଜି ୨୦୨୬: ସାରା ଦେଶରେ ଚମକିଲେ ଫିଜିକ୍ସୱାଲା ଛାତ୍ରଛାତ୍ରୀ, ଓଡ଼ିଶାର କୃତୀ ପ୍ରାର୍ଥୀଙ୍କୁ ନେଇ ଭୁବନେଶ୍ୱରରେ ବଡ଼ ଉତ୍ସବ

ନୂଆଦିଲ୍ଲୀ, ୧୭ ଜୁଲାଇ ୨୦୨୬: ଚଳିତ ବର୍ଷ ପ୍ରକାଶିତ ନିଟ୍ ୨୦୨୬ ଫଳାଫଳରେ ଦେଶର ଅଗ୍ରଣୀ ଶିକ୍ଷା ପ୍ରତିଷ୍ଠାନ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ର ଛାତ୍ରଛାତ୍ରୀମାନେ ପୁଣି ଥରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ପ୍ରକାଶିତ ଫଳାଫଳ ଅନୁଯାୟୀ, ଅନୁଷ୍ଠାନର ଏକାଧିକ ପ୍ରାର୍ଥୀ ନିଟ୍ ଅଲ ଇଣ୍ଡିଆ ର‌୍ୟାଙ୍କ (ଏଆଇଆର)ର ଶୀର୍ଷ ସୂଚୀରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ଶୀର୍ଷ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରବିକାନ୍ତ ଦିୱାକର (ଏଆଇଆର ୫୫), ଶିବାଂଶ ଆନନ୍ଦ (ଏଆଇଆର ୧୫୨), ଦିବ୍ୟାଂଶ ଜୈସୱାଲ (ଏଆଇଆର ୧୭୩) ଏବଂ ସାକ୍ଷୀ କୁମାରୀ (ଏଆଇଆର ୧୯୨) ଅନ୍ତର୍ଭୁକ୍ତ ଅଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପିଡବ୍ଲ୍ୟୁର ସହଜ ତଥା ପ୍ରଭାବଶାଳୀ ଶିକ୍ଷା ଇକୋସିଷ୍ଟମକୁ ଦର୍ଶାଉଛି, ଯେଉଁଠାରେ ପିଲାମାନେ ନିଜ ସୁବିଧା ଅନୁସାରେ ଅନ୍‌ଲାଇନ କିମ୍ବା ଟେକ୍-ସକ୍ଷମ ଅଫ୍‌ଲାଇନ ପିଡବ୍ଲ୍ୟୁ ବିଦ୍ୟାପୀଡ ସେଂଟର ଜରିଆରେ ପାଠ ପଢି ଏହି ଅସାଧାରଣ ସ୍କୋର ହାସଲ କରିଛନ୍ତି।

ଅନ୍ୟପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପିଡବ୍ଲ୍ୟୁ ଛାତ୍ରଛାତ୍ରୀଙ୍କ ଏହି ଚମତ୍କାର ପ୍ରଦର୍ଶନକୁ ପାଳନ କରିବା ଲାଗି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ସହରର ଶୀର୍ଷ ସଫଳତା ପାଇଥିବା କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଂଶୁ ପ୍ରକାଶ ଜେନା (ଏଆଇଆର ୭୩୦), ସତ୍ୟଜିତ ନାୟକ (ଏଆଇଆର ୫୫୫୮) ଓ ଆଶୁତୋଷ ସାହୁ (ଏଆଇଆର ୬୦୧୦) ପ୍ରମୁଖ ସାମିଲ ହୋଇ ନିଜର ସଫଳତାର କାହାଣୀ ବାଣ୍ଟିଛନ୍ତି।

ନିଜର ଅନୁଭୂତି ସମ୍ପର୍କରେ ପ୍ରକାଶ କରି ଏଆଇଆର ୫୫ ର‌୍ୟାଙ୍କଧାରୀ ରବିକାନ୍ତ ଦିୱାକର କହିଛନ୍ତି ଯେ, ନିଜ କଠିନ ପରିଶ୍ରମର ଏଭଳି ସୁଫଳ ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ପିଡବ୍ଲ୍ୟୁର ସ୍ୱତନ୍ତ୍ର ବ୍ୟାଚଗୁଡିକ ମୋର ସମସ୍ତ ସନ୍ଦେହ ଦୂର କରିବାରେ ବେଶ ସହାୟକ ହୋଇଥିଲା। ଶିକ୍ଷକମାନେ ପ୍ରତିଟି ବିଷୟକୁ ଏତେ ସୂକ୍ଷ୍ମ ଭାବେ ବୁଝାଉଥିଲେ ଯେ, ମୋତେ କୌଣସି ଫର୍ମୁଲା ଘୋଷିବାକୁ ପଡୁନଥିଲା, ବରଂ ତାହା ପଛରେ ଥିବା ଲଜିକ୍ ବା ତର୍କକୁ ମୁଁ ସହଜରେ ହୃଦୟଙ୍ଗମ କରିପାରୁଥିଲି। ଯେତେବେଳେ ବି ମୁଁ କୌଣସି ଜଟିଳ ପ୍ରଶ୍ନରେ ଅଟକି ଯାଉଥିଲି, ପିଡବ୍ଲ୍ୟୁର ଭିଡିଓ ସଲ୍ୟୁଶନ ମୋତେ ତୁରନ୍ତ ଠିକ୍ ଷ୍ଟେପ୍ସ ଦେଖାଇ ମୋର ଅନେକ ସମୟ ବଞ୍ଚାଉଥିଲା।

ସେହିଭଳି ଏଆଇଆର ୧୫୨ ସ୍କୋର କରିଥିବା ଶିବାଂଶ ଆନନ୍ଦ କହିଛନ୍ତି, ଏହି ସଫଳତା ପାଇ ମୁଁ ବହୁତ ଖୁସି ଏବଂ ମୋର ସମସ୍ତ ପ୍ରୟାସ ଆଜି ସାର୍ଥକ ହୋଇଛି। ମୋ ପ୍ରସ୍ତୁତି ସମୟରେ ପିଡବ୍ଲ୍ୟୁର ‘ଦୈନିକ ଅଭ୍ୟାସ ପେପର’ (ଡିପିପି) ସବୁଠାରୁ ବଡ଼ ମାଧ୍ୟମ ସାଜିଥିଲା। ସେହି ନିୟମିତ ମକ୍ ଟେଷ୍ଟ ଯୋଗୁଁ ମୁଁ ପରୀକ୍ଷା ହଲ୍‌ରେ ବିନା ଭୟରେ ଏବଂ ସଠିକ୍ ଭାବେ ସମୟ ପରିଚାଳନା କରିବା ଶିଖିପାରିଲି। ଶିକ୍ଷକମାନେ ମୋର ପ୍ରତିଟି ଭୁଲ୍‌କୁ ଦର୍ଶାଇ ସନ୍ଦେହ ମୋଚନ କରିବାରେ ବହୁତ ସାହାଯ୍ୟ କରିଥିଲେ, ଯାହା ମୁଁ ମୂଳ ପରୀକ୍ଷା ପୂର୍ବରୁ ସୁଧାରି ନେଇଥିଲି।

ଏହି ଅବସରରେ ଫିଜିକ୍ସୱାଲା (ପିଡବ୍ଲ୍ୟୁ)ର ପ୍ରତିଷ୍ଠାତା ତଥା ସିଇଓ ଅଲଖ ପାଣ୍ଡେ ସମସ୍ତ କୃତୀ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ନିଟ୍ ୨୦୨୬ ପରୀକ୍ଷାରେ ନିଜର ସର୍ବସ୍ୱ ଦେଇ କଠିନ ପରିଶ୍ରମ ଓ ଶୃଙ୍ଖଳାର ସହ ପ୍ରସ୍ତୁତ ହୋଇଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ମୋର ଅଭିନନ୍ଦନ। ଆଜି ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କର ଏହି ସଫଳତା ସୁଅର୍ଜିତ। କିନ୍ତୁ ଯେଉଁମାନେ ନିଜର ଆଶାନୁରୂପ ଲକ୍ଷ୍ୟ ପୂରଣ କରିପାରିନାହାନ୍ତି, ସେମାନେ ମନେ ରଖନ୍ତୁ ଯେ, ଏହି ପରୀକ୍ଷା କେବଳ ଏକ ମାଇଲଖୁଣ୍ଟ ମାତ୍ର, ଏହା କେବେ ହେଲେ ଆପଣଙ୍କ ମୂଲ୍ୟ କିମ୍ବା ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ ନାହିଁ। ଆପଣଙ୍କ କ୍ଷମତା ଅସୀମ ଏବଂ ଏହା ଆପଣଙ୍କ ଆଗାମୀ ଦୀର୍ଘ ଓ ସଫଳ ଜୀବନ ଯାତ୍ରାର କେବଳ ଏକ ପ୍ରାରମ୍ଭିକ ଅଧ୍ୟାୟ।

ନିଟ୍ ପ୍ରସ୍ତୁତି କ୍ଷେତ୍ରରେ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ସବୁବେଳେ ସୁଲଭ, ସହଜ ଓ ଉଚ୍ଚମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଆସିଛି। ପ୍ଲାଟଫର୍ମରେ ଦୈନିକ ଅଭ୍ୟାସ ପ୍ରଶ୍ନାବଳୀ, ଭିଡିଓ ସମାଧାନ ସହିତ ମକ୍ ଟେଷ୍ଟ, ୨୪/୭ ଡାଉଟ୍ କ୍ଲିୟରିଂ ଏବଂ ଏଆଇ ପର୍ସନାଲାଇଜ୍‌ଡ ରିଭିଜନ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି, ଯାହାଫଳରେ ଦେଶର ଯେକୌଣସି ପ୍ରାନ୍ତରୁ ପିଲାମାନେ ସଠିକ୍ ମାର୍ଗଦର୍ଶନ ପାଇପାରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ନିଟ୍ (ୟୁଜି) ୨୦୨୬ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧.୨୧ ଲକ୍ଷ ପ୍ରାର୍ଥୀ ବିଭିନ୍ନ ଅଣ୍ଡରଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments