Monday, February 16, 2026
spot_img
Homeଆଂଚଳିକ ଖବରଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର, ଡିସେମ୍ବର ୧୫: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି । ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ କରିଛନ୍ତି।

ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଦେଓ ପ୍ରତିଷ୍ଠିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରାକ୍ତନ ଛାତ୍ର ଏବଂ ଆପ୍ଲାଇଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି।

୨୦୨୨ ମେ ମାସରେ ଆଇଏନଏସ୍ ଦିଲ୍ଲୀରେ ସବ୍-ଲେଫ୍ଟନାଣ୍ଟ (ଆଫ୍ଲୋଟ୍) ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବା ପରେ ଲେଫ୍ଟନାଣ୍ଟ ଦେଓ  ଏସଏଲଟି (ଏକ୍ସ) ଟେକ୍ କୋର୍ସ କରିଥିଲେ ଏବଂ ଏହା ପରେ ୨୦୨୩ ଏପ୍ରେଲ ମାସରେ ଓ୍ବାଚ୍ କିପିଂ ଡ୍ୟୁଟି ପାଇଁ ଆଇଏନଏସ୍ ଆଦିତ୍ୟରେ ନିଯୁକ୍ତ ହୋଇଥିଲେ। ୨୦୨୩ ଡିସେମ୍ବରରେ ସେ ଆଇଏନଏସ୍ ଆଦିତ୍ୟରେ ଓ୍ବାଚ୍ କିପିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ନିଜର କାର୍ଯ୍ୟକାଳ ମଧ୍ୟରେ ଲେଫ୍ଟନାଣ୍ଟ ଦେଓ ଏକାଧିକ ଫ୍ଲିଟ୍ ଡିପ୍ଲୟମେଣ୍ଟ ଏବଂ ଅନ୍ତର୍ଜାତୀୟ ନୌସେନା ଅଭ୍ୟାସରେ ଭାଗ ନେଇ ମୂଲ୍ୟବାନ ଅପରେସନାଲ ଅଭିଜ୍ଞତା ହାସଲ କରିଛନ୍ତି।

ଲେଫ୍ଟନାଣ୍ଟ ଦେଓ ଉତ୍ତରାଖଣ୍ଡ ରାଜ୍ୟ ଅଧିନସ୍ଥ ଚମ୍ପାୱଟ ଜିଲ୍ଲାର ଲୋହାଘାଟର ସ୍ଥାନୀୟ ବାସିନ୍ଦା ଏବଂ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସରକାରୀ ଶିକ୍ଷକ ଶ୍ରୀ ନରେଶ ଦେଓଙ୍କ ପୁତ୍ର ଅଟନ୍ତି । ଲେଫ୍ଟନାଣ୍ଟ ଦେଓ ନିଜର ଉତ୍ତମ ଶୈକ୍ଷିକ ପୃଷ୍ଠଭୂମି ଏବଂ ପେଶାଦାର ନୌସେନା ଅଭିଜ୍ଞତା ସହିତ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି।

ଭାରତୀୟ ନୌସେନା ଏବଂ ରାଜ୍ୟ ପୋଲିସର ଦୁଇ ଜଣ ଏଡିସି ଓଡ଼ିଶା ରାଜ୍ୟପାଳଙ୍କୁ ସହଯୋଗ କରିଥାନ୍ତି I ବର୍ତ୍ତମାନ ରାଜ୍ୟ ପୋଲିସର ଆଇପିଏସ୍ ଅଧିକାରୀ ଶ୍ରୀ କୁଲଦୀପ ମୀନା ରାଜ୍ୟପାଳଙ୍କ ଅନ୍ୟତମ ଏଡିସି ଭାବେ କାର୍ଯ୍ୟରତ ଅଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments