Homeମନୋରଞ୍ଜନଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ଆସିବ 'କିଙ୍ଗ' ଫିଲ୍ମର ଦମଦାର ଟିଜର

ଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ଆସିବ ‘କିଙ୍ଗ’ ଫିଲ୍ମର ଦମଦାର ଟିଜର

ମୁମ୍ବାଇ, ୧୭ ଅକ୍ଟୋବର: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଆଗାମୀ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିଙ୍ଗ’କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଆସନ୍ତା ନଭେମ୍ବର ୨ ତାରିଖରେ ଶାହରୁଖ ଖାନ୍‌ଙ୍କ ବାଲିଅଂଶ ଜନ୍ମଦିନ ଅବସରରେ ଏହି ଆକ୍ସନ୍ ଡ୍ରାମା ଫିଲ୍ମର ଦମଦାର ଟିଜର ପ୍ରକାଶ ପାଇବାକୁ ଯାଉଛି। ‘ପଠାନ୍’ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏବଂ ଶାହରୁଖ ଖାନ୍ ପୁଣି ଥରେ ଏକାଠି ହୋଇ ଏହି ମେଗା ପ୍ରକଳ୍ପ ନିର୍ମାଣ କରୁଛନ୍ତି।

ନଭେମ୍ବର ୨ ରେ ଟିଜର ମୁକ୍ତିଲାଭ କରିବା ସହ ‘କିଙ୍ଗ’ ଚଳଚ୍ଚିତ୍ରର ବିଶ୍ୱସ୍ତରୀୟ ପ୍ରଚାର ଅଭିଯାନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ରେଡ୍ ଚିଲିଜ୍ ଏଣ୍ଟରଟେନ୍‌ମେଣ୍ଟ୍ ଏବଂ ମାର୍‌ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ପ୍ରଯୋଜିତ ଏହି ହାଇ-ଭୋଲ୍ଟେଜ୍ ଆକ୍ସନ୍ ଚଳଚ୍ଚିତ୍ରରେ ଶାହରୁଖ ଖାନ୍‌ଙ୍କ ବ୍ୟତୀତ ସୁହାନା ଖାନ୍, ଦୀପିକା ପାଡୁକୋନ୍, ଅଭିଷେକ ବଚ୍ଚନ, ରାନୀ ମୁଖାର୍ଜୀ ଏବଂ ଅନିଲ କପୁର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିନେମାଟି ଚଳିତ ବର୍ଷ ଡିସେମ୍ବର ୨୪ ତାରିଖ କ୍ରିସମାସ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments